ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ ଓ କାର । ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର । ଆଜି ୧୬ ନଂ ଜାତୀୟ ରାଜପଥ ରାଣୀତାଲ ବାସୁଳି ଢ଼ାବା ନିକଟରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣା ସ୍ଥଳରେ ଟ୍ରକ ଓ କାର ହୁତୁ ହୁତୁ ହୋଇ ଜଳିଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏକ ଟ୍ରକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ କାରଟି ଆସୁଥିଲା । ଜାତୀୟ ରାଜପଥ ବାସୁଳି ଢ଼ାବା ନିକଟରେ କାରରେ ନିଆଁ ଲାଗିଯାଇଥିଲା । ଯେଉଁ କାରଣରୁ କାରଟି ରଖି ଚାଳକ ଓ ଯାତ୍ରୀ ଦୌଡ଼ି ପଳାଇଥିଲେ । ଏହି ସମୟରେ ଟ୍ରକଟି ଆସି କାରକୁ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ଦୁଇ ଗାଡ଼ି ଜଳିବାକୁ ଲାଗିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି ।
More Stories
କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ହଟ୍ଟଗୋଳ ଆଶଙ୍କା…..
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର: ବବି,ଡାନି ସୁଲତା ଆହତ…..
ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ…..