ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିସିଆରଭ୍ୟାନକୁ ଟ୍ରକ୍ ଚାପିଦେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର ପୋଲିସଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିବା ଜଣାଯାଇଛି। ଭୋର ସମୟରେ ଟ୍ରକଟି ଦ୍ରୁତଗତିରେ ଆସି ମୁହାଁମୁହିଁ ପିସିଆରଭ୍ୟାନକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣେ ଓପିଏଫ୍ ଯବାନ୍ ଓ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଯବାନଙ୍କ ନାମ ଲୋକନାଥ ଶବର ଓ ତାଙ୍କ ଘର ରାୟଗଡ଼ାରେ ବୋଲି ଜଣାଯାଇଛି। ତେଣେ ହୋମଗାର୍ଡଙ୍କ କଟକ ଜିଲ୍ଲା କିଶୋରନଗରରେ ବୋଲି ସୂଚନା ରହିଛି। ଏଣେ ଟ୍ରକ୍ ଚାଳକଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି। କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଭୋର ସମୟରେ ଟ୍ରକଟି ଦ୍ରୁତଗତିରେ ଆସି ମୁହାଁମୁହିଁ ପିସିଆରଭ୍ୟାନକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣେ ଓପିଏଫ୍ ଯବାନ୍ ଓ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ଚାଳକଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..