Report Card Odisha

| Daily Odia News

ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍…..

ରିପୋର୍ଟ କାର୍ଡ / କଟକ

ଟ୍ରକ୍ ଧକ୍କାରେ ଜଣେ ମହିଳା ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ମୃତକ ମନୋରମା ପଣ୍ଡା ବୋଲି ଜଣାପଡିଛି। କଟକ ଛତ୍ରବଜାର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛିଆଜି ସକାଳେ ମନୋରମା ଡ୍ୟୁଟି ସାରି ଛତ୍ରବଜାରକୁ ପରିବା ପାଇଁ ଯାଉଥିଲେ। ଏତିକିବେଳେ ଛତ୍ରବଜାର ଅର୍ବାନ୍ ହାଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମନୋରମା ମାଲଗୋଦାମ ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସାରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Breaking News