ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମ ଅନ୍ଧ | ପ୍ରେମ ପାଇଁ ଲୋକମାନେ କିଛି ବି କରିବାକୁ ପଛାନ୍ତି ନାହିଁ | ଏଭଳି ଏକ ଆଶ୍ଚର୍ଯ୍ୟ କର ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ । ପ୍ରେମ ପାଇଁ ଜଣେ ପ୍ରେମିକା ବାଂଲାଦେଶରୁ ପହଁରି ପହଁରି ଭାରତ ଆସି ପହଞ୍ଚିଛନ୍ତି । ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ତେଣୁ ବେଆଇନ ଭାବେ ସେ ଭାରତ ଆସିବା ପାଇଁ ଯୋଜନା କରିଥିଲେ । ପୋଲିସର ସୂଚନା ମୁତାବକ, କ୍ରିଷ୍ଣା ପ୍ରଥମେ ସୁନ୍ଦରବନରେ ପହଞ୍ଚିଲେ । ସେଠାରୁ ନଦୀରେ ପ୍ରାୟ ଏକ ଘଣ୍ଟା ଧରି ପହଁରି ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ । ସୁନ୍ଦରବନର ଘନ ଜଙ୍ଗଲ ଜୀବଜନ୍ତୁ ସାଙ୍ଗକୁ ଅଥଳ ସାଗରର ଗଭୀରତା କୁ ଭୟ ନକରି ମନର ମଣିଷ ପାଖରେ ପହଂଚିଛନ୍ତି କ୍ରିଷ୍ଣା । ଗତ ତିନି ଦିନ ତଳେ ପ୍ରେମିକ ଅବିକଙ୍କୁ କୋଲକାତାର କାଳୀଘାଟ ମନ୍ଦିରରେ ବିବାହ କରିଛନ୍ତି ପ୍ରେମିକା କ୍ରିଷ୍ଣା । ତେବେ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ନେଇ ତାଙ୍କୁ ଗତକାଲି ଗିରଫ କରାଯଇିଛି । ଏହା ପରେ କ୍ରିଷ୍ଣାଙ୍କୁ ବାଂଲାଦେଶ ହାଇକମିଶନଙ୍କୁ ହସ୍ତାନ୍ତର କରାଯିବ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..