Report Card Odisha

| Daily Odia News

ତୄତୀୟ ଲହର ପ୍ରଭାବୀ ହେବନାହିଁ:ଡିଏମଇଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶରେ ତୄତୀୟ ଲହର ଆସିପାରେ କିନ୍ତୁ ପ୍ରଭାବୀ ହେବନାହିଁ । ସଂକ୍ରମଣ କମ୍ ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଓଡ଼ିଶାରେ ତାର ପ୍ରଭାବ ଆହୁରି କମ୍ ରହିବ। ଲୋକମାନେ ସଚେତନ ରହିବା, ଟିକାକରଣ ଅଧିକ ହେବା, ମୁକାବିଲା ପାଇଁ ଆପଣା ଯାଉଥିବା ପଦ୍ଧତି କାରଣରୁ ତୄତୀୟ ଲହର ଆସିଲେ ବି ସଂକ୍ରମଣର ପ୍ରଭାବ କମ୍ ରହିବ। କେରଳ, ମହାରାଷ୍ଟ୍ରରେ ସଂକ୍ରମଣ ବଢିବା ତୄତୀୟ ଲହରର ସଙ୍କେତ। ତେଣୁ ଏଇଠି ଯଦି ଆମେ ନ ଅଟକାଇବା ତେବେ ତୄତୀୟ ଲହରକୁ ସମ୍ମୁଖୀନ ହେବା । ଡେଲଟା ପ୍ଲସ୍ ନୁହେଁ ଡେଲଟା ଭାଇରସ୍ ୧୨୦ ଦେଶରେ ସଂକ୍ରମିତ ହୋଇଛି । ତୄତୀୟ ଲହର ପାଇଁ ଆମେ ପ୍ରସ୍ତୁତ ରହିବା । ଆଇଆଇଟି କାନପୁର ଏବଂ ଆଇଆଇଟି ହାଇଦ୍ରାବାଦ କହିଛନ୍ତି ଯଦି ବି ତୄତୀୟ ଲହର ଆସେ ଓଡ଼ିଶାରେ ବିଶେଷ ପ୍ରଭାବ ରହିବନି ବୋଲି ଡିଏମଇଟି କହିଛନ୍ତି ।

Breaking News