Report Card Odisha

| Daily Odia News

ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତୃତୀୟ ଲିଙ୍ଗିଙ୍କୁ ବାଛବିଚାର କରାଯିବ ନାହିଁ, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଦକ୍ଷତା ପ୍ରତିପାଦିତ ପାଇଁ କାର୍ଯ୍ୟକ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି କରାଯିବା ସହ କୌଣସି ପଦବୀ, ତାଲିମ, ପଦୋନ୍ନତି, ବଦଳି କ୍ଷେତ୍ରରେ ବାଛବିଚାର ମଧ୍ୟ ରହିବନି। ତୃତୀୟ ଲିଙ୍ଗିଙ୍କ ଅଭିଯୋଗ ସମାଧାନ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହେବେ ଯାହାର ଲାଭ ତୃତୀୟ ଲିଙ୍ଗିମାନେ ପାଇବେ । ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ସମାଧାନ କରିବେ ଅଧିକାରୀ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

Breaking News