ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀ ଓ ସିରିୟାରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୧ ହଜାର ଟପିଛି । ୨୪୮ ଘଣ୍ଟା ପରେ ବି ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ଜୀବନ୍ତ ଓ ମୃତକଙ୍କୁ ଉଦ୍ଧାର କରାଯାଉଛି । ତୁର୍କୀର ଖାରମାନମାର୍ସ ସହରର ଭଗ୍ନାବଶେଷ ମଧ୍ୟରୁ ଗତକାଲି ଏକ ନାବାଳକକୁ ଜୀବନ୍ତ ଉଦ୍ଧାର କରାଯାଇଛି। ତେବେ ପୀଡିତଙ୍କୁ ସହାୟତା ନିମନ୍ତେ ଜାତିସଂଘ ପକ୍ଷରୁ ବିଶ୍ବବାସୀଙ୍କୁ ନିବେଦନ କରାଯାଇଛି। ବିଶେଷକରି ତୁର୍କୀରେ ହୋଇଥିବା ଭୂମିକମ୍ପ ପୀଡିତଙ୍କ ସହାୟତା ନିମନ୍ତେ ଜାତିସଂଘ ୧୦୦ କୋଟି ଡଲାର ସହାୟତା ଯୋଗାଡ କରିବାକୁ ଯୋଜନା କରିଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..