ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଭୂମିକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ଦକ୍ଷିଣପୂର୍ବ ତିର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । କାରଣ ଭୂମିକମ୍ପ ବେଳେ ଲୋକେ ଘରେ ଶୋଇଥିଲେ। ସ୍ଥାନୀୟ ସମୟ ଅନୁସାରେ ଭୋର ୪ ଟା ୧୭ମିନିଟ୍ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା ।
More Stories
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍,୩୧ ମୃତ, ୫୦ ଆହତ……
ପଳାତକ ମେହୁଲ ଚୋକସିକୁ ଗିରଫ କଲା ପୋଲିସ…..
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..