ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍ବୁଲ୍, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ରବିବାର ଦିନ ତୁର୍କୀ ଏୟାର୍ଲାଇନ୍ସ୍ ଏବଂ ପେଗାସସ୍ ଏୟାର୍ଲାଇନ୍ସ୍ ମାଗଣାରେ ଟିକେଟ୍ ଯୋଗାଇ ଦେବାକୁ ଘୋଷଣା କରିଛି। ଭୂମିକମ୍ପଦ୍ବାରା ପ୍ରଭାବିତ ହୋଇଥିବା ଜନସାଧାରଣଙ୍କୁ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ହଷ୍ଟେଲ୍ ଏବଂ ଟୁରିଷ୍ଟ୍ ରସର୍ଟରେ ଥିବା ହୋଟେଲ୍ଗୁଡ଼ିକରେ ଆଶ୍ରୟ ଦିଆଯାଉଛି। ଗାଜିଆନ୍ତେପ୍, ହାତାଇ, ନୁର୍ଦାଗି ଏବଂ ମାରାଶ୍ ଆଦି ଅଞ୍ଚଳରୁ ଅସଂଖ୍ୟ ଜନତା ଭୂକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଚାଲିଗଲେଣି। ନିରାପଦ ସ୍ଥାନକୁ ଚାଲିଯିବା ଲାଗି ହଜାର ହଜାର ଜନତା ଗାଜିଆନ୍ପେତ୍ ବିମାନ ବନ୍ଦରରେ ଗହଳି କରୁଛନ୍ତି | ସଦ୍ୟତମ ସୂଚନା ଅନୁସାରେ, ରବିବାର ରାତିରେ ତୁର୍କୀର କାରାମାନ୍ମାରସ୍ ନଗରୀରେ ପୁଣି ଥରେ ଭୂଗର୍ଭର ୧୫.୭ କିଲୋମିଟର୍ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ କରିଛି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ପ୍ରଳୟଙ୍କରୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୩୩ ହଜାର ଟପିଗଲାଣି। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ଥିବା କଥା ବିଭିନ୍ନ ଏଜେନ୍ସି ଅନୁମାନ କରୁଛନ୍ତି। ସେହିପରି, ରବିବାର ଦିନ ତୁର୍କୀର ମାରାସ୍ସ୍ଥିତ ଗଣସମାଧିରେ ଅନ୍ୟୂନ ୫୦୦୦ ହଜାର ଶବ କବର ଦିଆଗଲାଣି। ବିଧ୍ବସ୍ତ କୋଠାବାଡି ଭଗ୍ନସ୍ତୂପ ତଳୁ ଉଦ୍ଧାର କରାଯାଉଥିବା ଶବଗୁଡ଼ିକୁ କବର ଦେବା ପାଇଁ ସେଠାକାର ପାଇନ ଅରଣ୍ୟରୁ ଗଛ କଟାଯାଇ ବଡ଼ ଅଞ୍ଚଳଟିଏ ପରିଷ୍କାର କରାଯାଇଛି। ଦିନ ତମାମ ପ୍ରତି ମୁହୂର୍ତ୍ତରେ ସ୍ଥାନୀୟ ପ୍ରଶାସନର ଶବବୁହା ଗାଡ଼ି ଅନେକ ଶବ ଆଣି ସେଠାରେ ପହଞ୍ଚାଉଛି।
More Stories
ଭାରତକୁ ଆସିବ ୨୬ ରାଫେଲ୍ ଯୁଦ୍ଧ ବିମାନ……
ଆମ ଯୋଗୁଁ ସମ୍ଭବ ହେଲା ତହବୁରର ପ୍ରତ୍ୟାର୍ପଣ……
ତାହାୱର ରାଣା କୁ ଗିରଫ କଲା ଏନ୍ଆଇଏ…..