Report Card Odisha

| Daily Odia News

ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନ ଶୁଣାଣି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା। ସୋମବାର ଏସଡିଜେଏମ୍‌‌ କୋଟରେ ଟୁଟୁ ନାୟକଙ୍କ ଜାମିନର ଆବେଦନର ଶୁଣାଣି ଆସନ୍ତା ୮ ତାରିଖକୁ ଘୁଞ୍ଚିଛି। ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇ ଜେଲ୍‌‌ରେ ଅଛନ୍ତି ଟୁଟୁ ନାୟକ। ଅପଡେଟ୍‌‌ କେସ୍‌‌ଡାଏରୀ ଓ ଟୁଟୁଙ୍କ ପୁରୁଣା ରେକର୍ଡ ଯାଞ୍ଚ କରାଯାଉଛି। ସାମ୍ବାଦିକା ଦେବସ୍ମିତାଙ୍କ ପକ୍ଷରୁ ଆଇନଜୀବୀ ବନ ମହାନ୍ତି ପକ୍ଷ ରଖିଥିଲେ। ୮ତାରିଖକୁ ଜାମିନର ଶୁଣାଣି ଘୁଞ୍ଚିଛି। ସୂଚନା ଯୋଗ୍ୟ, ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗତ ଶନିବାର ପୋଲିସ ଟୁଟୁ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଶେଷରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

Breaking News