ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ୱିଟର ପକ୍ଷରୁ ପୁଣିଥରେ ବ୍ଲୁ ଟିକ୍ କିଣିବା ବ୍ୟବସ୍ଥାକୁ ବନ୍ଦ କରିଦିଆଇଯାଇଛି। ବ୍ଲୁ ଟିକ୍ କିଣିବାକୁ ଚାହୁଁଥିବା ଆକାଉଣ୍ଟଧାରୀମାନେ ନିଜ ନିଜ ସୋଶାଲ ମିଡିଆ ପୋଷ୍ଟରେ ଟ୍ୱିଟରର ବ୍ଲୁଟିକ୍ ସବସ୍କ୍ରିପସନ ୱେବସାଇଟରେ ଉପଲବ୍ଧ ନଥିବା କହିଛନ୍ତି। ଟ୍ୱିଟରକୁ ଏଲନ ମସ୍କ କିଣିବା ପରେ ଲୋକମାନେ ସବୁ ଦିନ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କମ୍ପାନୀ ପ୍ରତିଦିନ ନୂଆ ନୂଆ ଫିଚର ଆଣୁଥିବା ବେଳେ ପୁଣି ଏହାକୁ ବନ୍ଦ କରିଦେଉଛି। ଏହିକ୍ରମରେ ଆଜି ବ୍ଲୁ ଟିକ୍କୁ ନେଇ ସମାନ ସ୍ଥିତି ଉପୁଜିଛି। ଚଳିତ ମାସରେ ଟ୍ୱିଟର ପକ୍ଷରୁ ବ୍ଲୁ ଟିକ୍ ସବସ୍କ୍ରିପସନ ସେବା ଆରମ୍ଭ କରାଯାଇଥିଲା। ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ପ୍ରାଥମିକ ଅବସ୍ଥାରେ ଏହା ଉପଲବ୍ଧ କରାଯାଇଛି। ମାସିକ ୭୧୯ ଟଙ୍କା ଦେଇ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ବ୍ଲୁ ଟିକ୍ ପାଇପାରିବେ ବୋଲି କମ୍ପାନୀ କହିଥିଲା। କିନ୍ତୁ ଆଜି ସକାଳୁ କମ୍ପାନୀ ସବସ୍କ୍ରିପସନ ବ୍ୟବସ୍ଥା ହଟାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ- ଯଦି କେହି ସବସ୍କ୍ରିପସନ କରିବାକୁ ଚାହୁଁଛନ୍ତି, ତା’ହେଲେ ଡିସପ୍ଲେରେ ଲେଖାଯାଉଛି ଯେ “ଏଥିରେ ଆପଣଙ୍କ ଯୋଗଦାନ ଯୋଗୁ ଧନ୍ୟବାଦ। ଟ୍ୱିଟର ବ୍ଲୁ ଆଗାମୀ ଦିନରେ ଆପଣଙ୍କ ଦେଶରେ ଉପଲବ୍ଧ ହେବ। ଦୟା କରି ଚେକ୍ ବ୍ୟାକ୍।” ଆଇଫୋନର ପ୍ଲେ ଷ୍ଟୋରରୁ ମଧ୍ୟ ଟ୍ୱିଟ ବ୍ଲୁ ସବସ୍କ୍ରିପସନ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……