Report Card Odisha

| Daily Odia News

ଟ୍ୱିଟର୍‌ ପାଇଁ କଟକଣା ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ଉପରେ ନୂଆ କଟକଣା ଲଗାଇଛନ୍ତି। ଆକାଉଣ୍ଟଧାରୀ ଦୈନିକ କେତୋଟି ପୋଷ୍ଟ ପଢ଼ି ପାରିବେ ,ଦେଖିପାରିବେ ସେନେଇ ମସ୍କ ନୂଆ ନିୟମ ଜାରି କରିଛନ୍ତି। ସାଂଘାତିକ ସ୍ତରରେ ଥିବା ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବା ପାଇଁ ସେ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଇଥିବା କହିଛନ୍ତି। ଟ୍ୱିଟର ଅସ୍ଥାୟୀ ଭାବେ କିଛି କଟକଣା ଲାଗୁ କରୁଥିବା ମସ୍କ ଶନିବାର ବିଳମ୍ବିତ ରାତିରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ଭେରିଫାଏଡ ଆକାଉଣ୍ଟସ ଗୁଡ଼ିକ ଦୈନିକ ୬ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀମାନେ ଦୈନିକ ୬୦୦ ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟସ ଗୁଡ଼ିକ ସର୍ବାଧିକ ୩୦୦ଟି ପୋଷ୍ଟ ପଢ଼ି ପାରିବେ। ଆଉ ଏକ ଟ୍ୱିଟରେ ସେ କହିଛନ୍ତି ଯେ ଖୁବଶୀଘ୍ର ରେଟ ସୀମା ଭେରିଫାଏଡ ପାଇଁ ୮ ହଜାର, ଅନଭେରିଫାଏଡ ପାଇଁ ୮୦୦ ଓ ନୂଆ ଅନଭେରିଫାଏଡ ପାଇଁ ୪୦୦ ହେବ। ଶୁକ୍ରବାର ମସ୍କ କହିଥିଲେ ଯେ ବିଭିନ୍ନ ପୋଷ୍ଟକୁ ପଢ଼ିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଯେମିତି ହେଲେ ଟ୍ୱିଟର ଆକାଉଣ୍ଟ ଖୋଲିବାକୁ ପଡ଼ିବ। ନଚେତ ସେ କୌଣସି ପୋଷ୍ଟକୁ ଦେଖିପାରିବେ ନାହିଁ। ଅସ୍ଥାୟୀ ଭାବେ ସେ ଏପରି ପଦକ୍ଷେପ ନେଇଥିବା କହିଥିଲେ। ଏବେ ଟ୍ୱିଟର ପୋଷ୍ଟକୁ ପଢ଼ିବା ନେଇ ସେ ଦୈନିକ କଟକଣା ଲଗାଇଛନ୍ତି।

Breaking News