Report Card Odisha

| Daily Odia News

ବାଣୀବିହାର ଦୁଇ ଛାତ୍ର ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉତ୍କଳ ବିଶ୍ୱ ବିଦ୍ୟାଳୟରରେ ଯେଉଁ ଦୁର୍ଘଟଣା ହୋଇଥିଲା ସେହି ଘଟଣା ଆଧାରରେ ସହିଦନଗର ପୋଲିସ ଦୁଇ ଜଣ ପୂରାତନ ଛାତ୍ରଙ୍କୁ ଗିରଫ କରିଛି। ସୂଚାନମୂତାବକ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗତକାଲି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲରେ ଏକ ଆଲୋଚନାଚକ୍ର ଚାଲିଥିବା ବେଳେ ଜେଏନୟୁରୁ ଆସିଥିବା ପ୍ରଫେସର ସୁରଜିତ ମଜୁମଦାରଙ୍କ ଉପରେ କିଛି ଛାତ୍ର ଆକ୍ରମଣ କରିଥିଲେ । ସୁରଜିତ ତାଙ୍କ ଅଭିଭାଷଣରେ ଦେଶଦ୍ରୋହୀ ମନ୍ତବ୍ୟ ଦେଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା । ବିଶ୍ୱବିଦ୍ୟାଳୟର ବାତାବରଣ ନଷ୍ଟ କରୁଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏହି ଘଟଣାରେ ଦୁଇ ଜଣ ପୂର୍ବତନ ଛାତ୍ରଙ୍କୁ ଗିରଫ କରାଯାଇଛି ।

Breaking News