ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରୁଷ୍ ସେନା ପକ୍ଷରୁ ଭାରତୀୟ ନାଗରିକ ଦୁଇଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ରୁଷ୍ ସେନା ପକ୍ଷରୁ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବାବେଳେ ପ୍ରାଣ ହରାଇଛନ୍ତି। ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ମସ୍କୋସ୍ଥିତ ଭାରତୀୟ ଦୂତାବାସ ରୁଷ୍ ରାଷ୍ଟ୍ରଦୂତଙ୍କ ନିକଟରେ ଦୃଢ ପ୍ରତିବାଦ ଜଣାଇଛି। ରୁଷ୍ ସେନାରେ ନିଯୁକ୍ତି ପାଇଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି। ରୁଷ୍ ସେନାରେ ଭାରତୀୟ ନାଗରିକଙ୍କ ନିଯୁକ୍ତିକୁ ବନ୍ଦ କରିବା ଲାଗି ବୈଦେଶିକ ମନ୍ତ୍ରଣାଳୟ ରୁଷ୍କୁ କହିଛି।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..