Report Card Odisha

| Daily Odia News

ଜାମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିପାତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଚରରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଗୋଟିଏ ଏନ୍‌କାଉଣ୍ଟର ଚାଲିଥିବା ବେଳେ ବାନ୍ଦିପୋରାରେ ଅନ୍ୟ ଏକ ସର୍ଚ ଅପରେସନ ଚାଲିଛିଥିବାର ସୂଚନା ମିଳିଛି । ଏନେଇ ଡିଜିପି ଦିଲବାଗ ସିଂହ କହିଛନ୍ତି, ବାନ୍ଦିପୁରରେ ନିହତ ହୋଇଥିବା ଆତଙ୍କବାଦୀ ହେଉଛନ୍ତି ଇମତିଆଜ ଅହମଦ ଦର୍ । ଗତ କିଛି ଦିନ ପୂର୍ବରୁ ସେ ଜଣେ ସାଧାରଣ ନାଗରିକକୁ ହତ୍ୟାକରିଥିଲା । ହତ୍ୟାକାଣ୍ଡ ପରଠାରୁ ହିଁ ସୁରକ୍ଷା କର୍ମୀମାନେ ଇମତିଆଜ ଉପରେ କଡା ନଜର ରଖିଥିଲେ । ଯାହାର ସୁଯୋଗ ପାଇ ଆଜି ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଗୁଳି ଚଳାଇଥିଲେ । ଗୁଳିବିନିମୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ,ଏନ୍‌କାଉଣ୍ଟର ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନନ୍ତନାଗ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍‌ରୁ ପିସ୍ତଲ ଏବଂ ଗ୍ରେନେଡ ଉଦ୍ଧାର କରିଛନ୍ତି । ପୋଲିସ ଏବଂ ସୁପର ଫୋର୍ସ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Breaking News