ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲ୍ଲା ଅନ୍ତର୍ଗତ ଛତ୍ରୁ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ଭାରତୀୟ ସେନା ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଛତ୍ରୁ ଅଞ୍ଚଳରେ ସେନା ପକ୍ଷରୁ ଆତଙ୍କବାଦ ନିରୋଧୀ ଅପରେସନ ଜାରି ରହିଛି। ପ୍ରତିକୂଳ ପାଗ ସତ୍ବେ ଯବାନମାନେ ଅଭିଯାନ ଚଳାଇଛନ୍ତି। ଯେଉଁ ସ୍ଥାନରେ ଆତଙ୍କୀଙ୍କୁ ନିପାତ କରାଯାଇଛି ସେଠାରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..