ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଶାସ୍ତ୍ରୀନଗରେ ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ଵିଷ୍ଟ । ବିଳମ୍ବିତ ରାତିରେ ସତ ମାନିଛି ଥାନାରେ ଅଟକ ଥିବା ଯୁବକ । ନୟାଗଡ଼ର ଯୁବକ ଚିତ୍ତରଞ୍ଜନ ଜେନାଙ୍କର ବିବାହ ପୂର୍ବରୁ ଶୁଭଶ୍ରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ। ଚିତ୍ତ ସତ୍ୟନଗରରେ ଘର ଭଡ଼ା ନେଇ ରହୁଥିଲେ । ବିବାହ ପରେ ବି ଶୁଭଶ୍ରୀଙ୍କ ସହ କଣ୍ଟାକ୍ଟରେ ଥିଲେ ଚିତରଞ୍ଜନ। ଶୁଭଶ୍ରୀ ବିବାହିତା ,ଗୋଟିଏ ପିଲାର ମାଆ ହୋଇ ମଧ୍ୟ ଚିତ୍ତ ଙ୍କୁ ବିବାହ କରିବାକୁ ଜିଦ କରୁଥିଲେ | ଆଜି ଅଟକ ଯୁବକଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ। ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ନେଇ ଜଣାପଡ଼ୁଛି । ଶେଷ ୭ ଟି କଲ ନେଇ ଚାଲିଛି ପଚରାଉଚରା । ଶୁଭଶ୍ରୀ ୨୭ ସେକେଣ୍ଡ ପାଇଁ ଚିତ୍ତଙ୍କ ସହ କଥା ହୋଇଥିଲେ । ୩୦୨, ୨୦୧ ଦଫାରେ ମାମଲା ରୁଜୁ କରିଛି ପୋଲିସ । ଅନ୍ୟପଟେ ଆଜି ଆସି ସାରିଛି ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ।ଶୁଭଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ସହ ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..