ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହାରାଷ୍ଟ୍ର ସରକାରରେ ବିବାଦ ଥମିବାର ନାଁ ନେଉନାହିଁ | ଶିବସେନାର ଉଦ୍ଧବ ଠାକରେ ଓ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିକଟକୁ ପଠାଇଛନ୍ତି। ଆସନ୍ତାକଲି ଏହି ମାମଲା ଉପରେ ଶୁଣାଣି ହେବ। ଏହି ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା କହିଛନ୍ତି, ବାଚସ୍ପତି କିମ୍ବା ଉପବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ କରିବା ସାମ୍ବିଧାନିକ କ୍ଷମତା ପରିସର ମଧ୍ୟରେ ରହିଛି କି ନାହିଁ ତାହା ଉପରେ ବିଚାର କରାଯିବ। ୨୦୧୬ ମସିହାରେ ନାବମ ରେବିୟା ମାମଲାରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ ବାଚସ୍ପତିଙ୍କୁ ବହିଷ୍କାର କରିବା ପାଇଁ ନୋଟିସ୍ ଦିଆଯାଇଥିବା କ୍ଷେତ୍ରରେ ବାଚସ୍ପତି କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରି।ରିବେ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା, ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ କ୍ରୀଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ କହିଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବିର ପକ୍ଷରୁ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ସ୍ୱୀକୃତି ଦେବା ପାଇଁ କରାଯାଇଥିବା ଅନୁରୋଧ ଉପରେ କୌଣସି ପଦକ୍ଷେପ ନେବେ ନାହିଁ। ପାର୍ଟିର ସଂକେତ ଧନୁତୀରକୁ କୌଣସି ଗୋଷ୍ଠୀ ଯେଭଳି ବ୍ୟବହାର ନ କରିବେ ତାହାକୁ ନିର୍ବାଚନ ଆୟୋଗ ନିଶ୍ଚିତ କରିବେ ବୋଲି ଖଣ୍ଡପୀଠ କହିଛନ୍ତି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..