ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ରାଜନୈତିକ ମହାଡ୍ରାମା ବନ୍ଦ ହେବାର ନାଁ ନେଉନାହିଁ। ଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମଧ୍ୟ ଥମୁନି ବିବାଦ | ଆଜି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା ସୁପ୍ରିମକୋର୍ଟ ପହଞ୍ଚିଛି। ୧୬ ବିଦ୍ରୋହୀ ବିଧାୟକଙ୍କୁ ସସ୍ପେଣ୍ଡ କରିବାକୁ ଉଦ୍ଧବଙ୍କ ଗୋଷ୍ଠି ସୁପ୍ରିମକୋର୍ଟଙ୍କ ପାଖରେ ଏକ ସାନି ଆବେଦନ କରିଥିଲେ। ଏହି ୧୬ ବିଧାୟକଙ୍କ ମଧ୍ୟରେ ଏକନାଥ ସିନ୍ଦେଙ୍କ ନାମ ମଧ୍ୟ ସାମିଲ ଅଛି। ତେବେ ବର୍ତ୍ତମାନ ଏହା ବିଷୟରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ ଏହି ବିଷୟରେ ଜୁଲଇ ୧୧ରେ ଶୁଣାଣି ହେବ। ସେହି ସମୟରେ ମହାରାଷ୍ଟ୍ର ସମ୍ବନ୍ଧିତ ଅନ୍ୟ ବିଷୟ ଉପରେ ମଧ୍ୟ ଶୁଣାଣି ହେବ। ଶିବସେନାର ମୁଖ୍ୟ ସଚେତକ ସୁନିଲ ପ୍ରଭୁ ଏହି ମାମଲା ଦାୟର କରିଥିଲେ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……