ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଧିରେ ଦିରେ ସତ ହେବାରେ ଲାଗିଲାଣି। ବିଜେପି ଯେଉଁଭଳି ଭାବେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଉଛି, ସେଥିରୁ ତାହା ପ୍ରମାଣ ହୋଇଛି। ଗତକାଲି କେନ୍ଦ୍ର ସରକାର ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ବେଳେ ଏବେ ସେମାନଙ୍କ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏମଧ୍ୟରେ ବିଦ୍ରୋହୀଙ୍କୁ ପୁଣି ଥରେ ନିଜ ସହ ସାମିଲ କରିବା ପାଇଁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ପରିବାରର ମୁଖ୍ୟ ଭାବରେ ମୁଁ ଆପଣମାନଙ୍କୁ ନେଇ ଚିନ୍ତିତ। ଆପଣମାନଙ୍କୁ କିଛି ଦିନ ପାଇଁ କଏଦ କରି ଗୌହାଟୀରେ ରଖାଯାଇଛି। ପ୍ରତ୍ୟେକ ଦିନ ଆପଣମାନଙ୍କୁ ନେଇ ନୂଆ ସୂଚନା ମୋ ସାମ୍ନାକୁ ଆସୁଛି। ଆପଣମାନଙ୍କ ମଧ୍ୟରୁ ଅନେକ ମୋ ସହିତ ଯୋଗାଯୋଗରେ ଅଛନ୍ତି। ଆପଣମାନେ ହୃଦୟରୁ ଏବେ ବି ଶିବସେନା ସହିତ ଅଛନ୍ତି। ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ମୁଖିଆ ଭାବରେ ମୁଁ କେବଳ କହିପାରିବି ଯେ ଏବେ ବି ବିଳମ୍ବ ହୋଇନାହିଁ। ଆପଣମାନେ ମୁମ୍ବାଇକୁ ଆସି ମୋ ସାମ୍ନାରେ ବସନ୍ତୁ ଏବଂ ନିଜର ସନ୍ଦେହ ଦୂର କରନ୍ତୁ। ଆମେ ନିଶ୍ଚିତ ଭାବରେ ଏକାଠି ହୋଇ କିଛି ଗୋଟେ ବାଟ ବାହାର କରିପାରିବା। ଶିବସେନା ଆପଣଙ୍କୁ ଯେଉଁ ସମ୍ମାନ ଦେଇଛି ତାହା ଅନ୍ୟ କେଉଁଠାରେ ମିଳିବ ନାହିଁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..