ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦଳର ନାଁ ‘ଶିବସେନା’ ଓ ସଙ୍କେତ ‘ଧନୁଶର’କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ଦେବା ଲାଗି ନିର୍ବାଚନ କମିସନ୍ ଦେଇଥିବା ଆଦେଶକୁ ଆଜି ‘ଉଦ୍ଧବ ଠାକ୍ରେ ଶିବସେନା’ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିଛି। ଉଦ୍ଧବ ଗୋଷ୍ଠୀ ଏହି ମାମଲାର ତ୍ବରିତ ଶୁଣାଣି ଚାହୁଁଛି, କିନ୍ତୁ କେବେ ଏହାର ଶୁଣାଣି କରାଯିବା ତାହା ସମ୍ପ୍ରତି ସ୍ପଷ୍ଟ ହୋଇନାହିଁ। ମାମଲାଟିକୁ ଆଗାମୀକାଲି ଶୁଣାଣି ପାଇଁ ଉଲ୍ଲେଖ କରି ଜରୁରୀକାଳୀନ ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରାଇବା ଲାଗି ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଉଦ୍ଧବ ଗୋଷ୍ଠୀଙ୍କୁ କହିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..