Report Card Odisha

| Daily Odia News

ଜୁଲାଇ ୨୩ରେ ଆସିବ କେନ୍ଦ୍ର ବଜେଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ସାଧାରଣ ବଜେଟ ଜୁଲାଇ ୨୩ରେ ଆଗତ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ବଜେଟ ଅଧିବେଶନ ଡକାଇବା ନେଇ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରି ଦେଇଦେଇଛନ୍ତି । ଏହି ବଜେଟ୍ ଅଧିବେଶନ ୨୨ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଲୋକସଭାରେ ୨୩ ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । ଏନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । କହିରଖୁଛୁ ଫେବୃୟାରୀ ୧ରେ କାମଚଳା ବଜେଟ ଉପସ୍ଥାପନ ହୋଇଥିଲା ।

Breaking News