ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ) ‘ୟୁନିଭର୍ସିଟି ଗ୍ରାଣ୍ଟ୍ କମିସନ୍, ନ୍ୟାସ୍ନାଲ୍ ଇଲିଜିବିଲିଟି ଟେଷ୍ଟ୍’ ବା ‘ୟୁଜିସି ନେଟ୍’ ୨୦୨୧-୨୨ର ଫଳାଫଳ ଘୋଷଣା କରିଛି। ଏବେ ପ୍ରାର୍ଥୀମାନେ ‘ଅଫିସିୟାଲ୍ ୱେବ୍ସାଇଟ୍ସ୍’- ugcnet.nta.nic.in, nta.ac.in.ରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍ ସାଇକ୍ଲ୍ ପାଇଁ ସେମାନଙ୍କର ‘ଏନ୍ଟିଏ ଏନ୍ଇଟି’ ଫଳାଫଳ ଚେକ୍ କରିପାରିବେ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ‘ଆପ୍ଲିକେସନ୍ ନମ୍ବର’ ଓ ‘ପାସ୍ୱାର୍ଡ’ ଏଣ୍ଟର୍ କରିବାକୁ ପଡ଼ିବ। କୋଭିଡ୍-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ ଜୁନ୍ ସାଇକ୍ଲ ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ‘ୟୁଜିସି ଏନ୍ଇଟି ୨୦୨୧-୨୨’ ଫଳାଫଳକୁ ଅପେକ୍ଷା କରିଥିଲେ। ଉକ୍ତ ପରୀକ୍ଷା ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ହୋଇଥିଲା ୨୦୨୧ ନଭେମ୍ବର ୨୦ ରୁ ୨୦୨୧ ଡିସେମ୍ବର ୫ ମଧ୍ୟରେ। ଦ୍ବିତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୧ ଡିସେମ୍ବର ୨୪ ରୁ ୨୭ ପର୍ଯ୍ୟନ୍ତ। ଏବଂ ତୃତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୨ ଜାନୁଆରି ୪ ଓ ୫ ଦିନ।
More Stories
ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ……
ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..
ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି…..