ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲକଡାଉନକୁ ବେଖାତିର କରି ମଦ ପାର୍ଟି କରିବା ମହଙ୍ଗା ପଡିଛି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ | ସେ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଇସ୍ତଫା ପାଇଁ ଦାବି ଜୋର ଧରିଛି। କେବଳ ବିରୋଧୀ ନୁହନ୍ତି, ବରଂ ବୋରିସଙ୍କ ଦଳ କଞ୍ଜରଭେଟିଭ ପାର୍ଟି ମଧ୍ୟ ସମାନ ଦାବି କରିଛି। ଏଥିଯୋଗୁ ବୋରିସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ବ୍ରିଟେନର ଏକ ଅଗ୍ରଣୀ କମ୍ପାନୀ ‘ବେଟଫେୟାର’ ଦାବି କରିଛି। ଜନସନ ଇସ୍ତଫା ଦେବା ପରେ ଭାରତୀୟ ବଂଶଦ୍ଭୋବ ଋଷି ସୁନାକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ରିଶି ବର୍ତ୍ତମାନ ଚାନସେଲର ଭାବେ କାର୍ଯ୍ୟ କରୁଛନ୍ତି। ‘ବେଟଫେୟାର’ କହିଛି ଯେ କୋଭିଡ -୧୯ର ପ୍ରଥମ ଲକଡାଉନ ଅର୍ଥାତ ୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦ ଡାଉନ ଷ୍ଟ୍ରିଟରେ ଗୋଟିଏ ମଦ ପାର୍ଟିର ଆୟୋଜନ କରାଯାଇଥିଲା। ସବୁ ନିୟମକୁ ଭାଙ୍ଗି ୫୭ ବର୍ଷୀୟ ଜନସନ ଏଥିରେ ଯୋଗଦେଇଥିଲେ। ଏ ସମ୍ପର୍କରେ ଏବେ ଖୁଲାସା ହେବା ପରେ ଜନସନଙ୍କ ଉପରେ ଚାପ ବଢ଼ିଛି। ସେ ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି। ଏହି ପାର୍ଟିରେ ଯୋଗଦେବାକୁ ୧୦୦ ଜଣଙ୍କୁ ଇ-ମେଲ ପଠା ଯାଇଥିଲା। ସେମାନଙ୍କ ମଧ୍ୟରେ ଜନସନ ଓ ତାଙ୍କ ପତ୍ନୀ ରହିଥିଲେ। ଜନସନଙ୍କ ମୁଖ୍ୟ ବ୍ୟକ୍ତିଗତ ସଚିବ ମାର୍ଟିନ ରେନୋଲ୍ଡସଙ୍କ ହିଁ ଏପରି ମେଲ ପଠାଇଥିଲେ। ଦେଶବାସୀଙ୍କୁ ପାର୍ଟି ଆୟୋଜନ କରିବାକୁ ସରକାର ବାଣ କରିଥିବା ବେଳେ କେମିତି ଜନସନ ନିଜେ ନିୟମକୁ ଭାଙ୍ଗିଥିଲେ, ତାହା ସମସ୍ତଙ୍କୁ ବିଚଳିତ କରିଛି। ଏହାକୁ ନେଇ ତାଙ୍କ ରାଜନୀତିକ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଜନସନ ଇସ୍ତଫା ଦିଅନ୍ତି ତା’ହେଲେ ଋଷି ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରୁସ ଓ କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୋଭ ମଧ୍ୟ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ରହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……