ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଆଣିବା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ସେଠାରେ ଏବେ ମଧ୍ୟ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଲାଗି କିଭି ସ୍ତିତ ଭାରତୀୟ ଦୂତାବାସ ଏକ ଗୁଗୁଲ ଫର୍ମ ଜାରି କରିଛି। ଏକ ଟ୍ୱିଟରେ ଦୂତାବାସ କହିଛି, ଯେଉଁ ଭାରତୀୟମାନେ ଏପର୍ଯ୍ୟନ୍ତ ସ୍ବେଦେଶ ଫେରିପାରି ନାହାନ୍ତି, ସେମାନେ ତୁରନ୍ତ ଏହି ଗୁଗୁଲ ଫର୍ମ ପୂରଣ କରନ୍ତୁ। ଏହା ଫଳରେ ଦୂତାବାସ ସେଠାରେ ଅଟକି ରହିଥିବା ଲୋକମାନଙ୍କ ବିଷୟରେ ସୂଚନା ପାଇପାରିବ ଓ ସେମାନଙ୍କୁ ଠାବ କରି ଭାରତ ଆଣିବା ପାଇଁ ବ୍ୟବସ୍ତା କରିବ। ଏହି ଲିଙ୍କ ଉପରେ କ୍ଲିକ କରି ସମସ୍ତ ତଥ୍ୟ ଦେବାକୁ ପଡିବ। ସେଥିରେ ନିଜ ଇମେଲ ଆଇଡି, ପାସପୋର୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ନାମ, ବୟସ, ଲିଙ୍ଗ, ପାସପୋର୍ଟ ନମ୍ବର, ୟୁକ୍ରେନର କେଉଁ ସ୍ଥାନରେ ଅଛନ୍ତି, ବର୍ତ୍ତମାନର ଠିକଣା, ୟୁକ୍ରେନର ଯୋଗାଯୋଗ ସଂଖ୍ୟା, ଭାରତରେ ଯୋଗାଯୋଗ ସଂଖ୍ୟା ଏବଂ ଅନ୍ୟ ଭାରତୀୟଙ୍କ ସୂଚନା ଦେଇ ହେବ।





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..