ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଥିବା ବେଳେ ୟୁକ୍ରେନ ମଧ୍ୟ ଏହାର କଡା ଜବାବ ଦେଇଛି । ୟୁକ୍ରେନ ରୁଷ୍ ଉପରେ ସବୁଠୁ ବଡ ଡ୍ରୋନ ଆକ୍ରମଣ କରିଛି । ଏଥିରେ ରୁଷ୍ର ୪ଟି ବିମାନ ବନ୍ଦର ନଷ୍ଟ ହୋଇଥିବା ବେଳେ ୪୧ ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ରୁଷ୍ର ୪ହଜାର କିଲୋମିଟର ଭିତରେ ପଶି ୟୁକ୍ରେନ ଏହି ଆକ୍ରମଣ କରିଛି । ଏହି ଆକ୍ରମଣର କୋଡ୍ ନେମ୍ ୟୁକ୍ରେନ୍ ପକ୍ଷରୁ ଓ୍ୱେବ ରଖାଯାଇଥିଲା । ଟ୍ରକ ଉପରେ କାଠ ଘୋଡଣୀ ରଖାଯାଇ ଡ୍ରୋନକୁ ୟୁକ୍ରେନ୍ ପକ୍ଷରୁ ରୁଷ୍କୁ ପଠାଯାଇଥିଲା । ବିଭିନ୍ନ ଯୁଦ୍ଧ ବିମାନ ଥିବା ବିମନ ବନ୍ଦର ନିକଟରେ ଏହି ଟ୍ରକ ରଖାଯାଇଥିଲା। ଆକ୍ରମଣ ସମୟରେ ଟ୍ରକର ଘୋଡଣୀ ରିମୋଟ୍ରେ ଖୋଲାଯାଇ ଏହି ଆକ୍ରମଣ କରାଯାଇଥିଲା । ଆକ୍ରମଣର ଯୋଜନା ପ୍ରାୟ ଦେଢ ବର୍ଷ ହେଲା ୟୁକ୍ରେନ କରିଥିବା ସୂଚନା ମିଳିଛି । ୟୁକ୍ରେନ ଏଥିରେ ଏଫ୍ପିଭି ବା ଫର୍ଷ ପର୍ସନ ଭ୍ୟୁ ଡ୍ରେନ ବ୍ୟବହାର କରିଛି।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..