ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ -ୟୁକ୍ରେନ ମଧ୍ୟରେ ସ୍ଥିତି ଭୟଙ୍କର ରୂପ ନେଉଛି | ୟୁକ୍ରେନରୁ ଆସିଥିବା ଶରଣାର୍ଥୀମାନଙ୍କୁ ୟୁରୋପୀୟ ସଂଘ ଆସନ୍ତା ୩ ବର୍ଷ ଯାଏଁ ବିନା ସର୍ତ୍ତରେ ଆଶ୍ରୟ ଦେବା ବୋଲି ଘୋଷଣା କରିଛି। ଜର୍ମାନର ଆଭ୍ୟନ୍ତରୀଣ ମନ୍ତ୍ରୀ ନାନ୍ସୀ ଫେଜର କହିଛନ୍ତି, ୟୁକ୍ରେନରୁ ଆସୁଥିବା ଶରଣାର୍ଥୀମାନଙ୍କୁ ୟୁରୋପୀୟ ସଂଘ ଦେଶଗୁଡିକରେ ଆଶ୍ରୟ ନେବା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ତା ଗ୍ରହଣ କରିବା ଆବଶ୍ୟକ ହେବ ନାହିଁ। ସେ କହଛନ୍ତି, ଶରଣାର୍ଥୀଙ୍କୁ କୌଣସି ପ୍ରମାଣପତ୍ର ଓ ଦସ୍ତାବିଜ ନ ଥିଲେ ମଧ୍ୟ ସାହାଯ୍ୟ ସହଯୋଗ କରାଯିବ। ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ପାଇବେ ବୋଲି ଫେଜର କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଶରଣାର୍ଥୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ, ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ସ୍ୱତନ୍ତ୍ର ଅପରେସନ କେବଳ ୟୁକ୍ରେନର ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରୁଛି। ଜାତିସଂଘ ମାନବାଧିକାର ସଂସ୍ଥା ଅନୁଯାୟୀ ଏପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଶରଣାର୍ଥୀ ୟୁକ୍ରେନ ଛାଡି ସାରିଛନ୍ତି।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..
ନିର୍ବାଚନ କମିସନ ସମ୍ପୂର୍ଣ୍ଣ ସ୍ୱାଧୀନ ରହିବା ଜରୁରୀ…..