ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି ଋଷ । ଆଜି ସକାଳେ ହିଁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଆକ୍ରମଣ ପୂର୍ବରୁ ଋଷ ନିଜର ସହଯୋଗୀ ବେଲାରୁଷକୁ ଏ ବାବଦରେ ପ୍ରଥମେ ଖବର ଦେଇଥିଲା । ଏହାପରେ ତୁରନ୍ତ ଆକ୍ରମଣ କରିଥିଲା । ମିସାଇଲ୍ ଆକ୍ରମଣ କରିଥିଲା କ୍ରେମଲିନ୍ । ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ଆକ୍ରମଣରେ ୩୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଋଷ ଦାବି କରିଛି ଯେ, ନୌସେନାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି । ସମସ୍ତ ମିସାଇଲ୍ ସିଷ୍ଟମକୁ ଋଷ କବଜା କରିନେଇଛି । ଏପରିକି ବାୟୁସେନାକୁ ମଧ୍ୟ ଋଷ ଧ୍ୱଂସ କରିଦେଇଛି । ୟୁକ୍ରେନର ଅନେକ ସହରରେ ଋଷ ଟ୍ୟାଙ୍କ୍ ଗଡୁଥିବା ଦେଖିବାକୁ ମିଳିଛି । ଟ୍ୟାଙ୍କରୁ ଗୁଳିଗୋଳା ମାଡ ମଧ୍ୟ ହେଉଛି । ଯାହାକୁ ନେଇ ୟୁକ୍ରେନବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସହରରେ ଦୋକାନ ବଜାର, ପେଟ୍ରୋଲ ଟାଙ୍କି ଆଦିରେ ଗହଳି ଦେଖିବାକୁ ମିଳିଛି । ସେପଟେ ଋଷ ୟୁକ୍ରେନର ଏୟାରବେସ୍ ଓ ଡିଫେନ୍ସ ସିଷ୍ଟମକୁ ମଧ୍ୟ ଧ୍ୱଂସ କରିଦେଇଛି । ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ ପଟୁ ଘେରାବନ୍ଦୀ କରିଥିଲା। ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କ୍ରିମିୟା ଓ ବେଲାଋଷ ମଧ୍ୟ ୟୁକ୍ରେନ ଉପରେ ଋଷ ସହ ମିଶି ମିଳିତ ଆକ୍ରମଣ କରିଥିଲେ ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..