ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭରତପୁର ଥାନାରେ ନିର୍ଯାତନା ଘଟଣାପରେ କଟକ-ଭୁବନେଶ୍ଵର କମିଶନରେଟ୍ ପୋଲିସର ଆମୂଳଚୁଳ ପରିବର୍ତ୍ତନ ଆଣିବା ସରକାର ଉଦ୍ୟମକରିଛନ୍ତି। କମିଶନରଙ୍କ ସମେତ କେତେକ ପୋଲିସ ଅଧିକାରୀଙ୍କୁ ହଟାଇ ଦିଆଯାଇଛି | ଟ୍ୱିନ ସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦାୟିତ୍ଵ ଗ୍ରହଣ ପରେ ଆଜି ଆଉ ଦୁଇ ଜଣ ପୋଲିସ ଅଧିକାରୀ ଅତିରିକ୍ତ ପୋଲିସ କମିଶନର ଉମା ଶଙ୍କର ଦାସ ଓ ଡିସିପି ପିନାକ ମିଶ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି। କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଉଭୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ ପରେ ସେମାନଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଛି। ପାର୍ବଣ ଋତୁରେ କଟକ ଭୁବନେଶ୍ଵରକୁ ଅପରାଧମୁକ୍ତ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ଦୁଇ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….