ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ୍ ସୟିଦ ପାକିସ୍ତାନରେ ୭୮ ବର୍ଷର ଜେଲ୍ ଦଣ୍ଡ ଭୋଗୁଛି ବୋଲି ଜାତିସଂଘ କହିଛି । ୨୦୦୮ ଡିସେମ୍ବରରେ ଜାତିସଂଘ ନିରାପତ୍ତା ପରିଷଦ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଭାବେ ଘୋଷିତ ହୋଇଥିବା ସୟିଦ ପାକିସ୍ତାନ ସରକାରଙ୍କ ହେପାଜତରେ ଅଛି ଏବଂ ୭ଟି ଆତଙ୍କବାଦୀ ଗୋଷ୍ଠୀକୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଫଳରେ ୨୦୨୦ ଫେବ୍ରୁଆରି ୧୨ ତାରିଖରୁ ୭୮ ବର୍ଷର ଜେଲ୍ ଦଣ୍ଡ ଭୋଗୁଛି ବୋଲି ଜାତିସଂଘର ୧୨୪୭ ଅଲ୍-କାଏଦା ପ୍ରତିବନ୍ଧକ କମିଟି କହିଛି। ଡିସେମ୍ବର ୨୦୨୩ରେ ଭାରତ ପାକିସ୍ତାନକୁ ଆତଙ୍କବାଦୀ ହାଫିଜ ସୟିଦକୁ ପ୍ରତ୍ୟର୍ପଣ କରିବାକୁ କହିଥିଲା, ଯାହାକୁ ଅନେକ ଆତଙ୍କବାଦୀ ଆକ୍ରମଣ ମାମଲାରେ ଭାରତୀୟ ତଦନ୍ତକାରୀ ଏଜେନ୍ସିମାନେ ଖୋଜୁଛନ୍ତି।






More Stories
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..