ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ବ ଆତଙ୍କବାଦୀ ବୋଲି ସୋମବାର ଘୋଷଣା କରାଯାଇଛି। ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ପାକିସ୍ତାନୀ ଆତଙ୍କବାଦୀ ହାପିଜ ସଇଦର ଭିଣେଇ। ମାକ୍କି ହେଉଛନ୍ତି ଲସ୍କର–ଇ–ତୋଇବା ତଥା ୨୬/୧୧ ଘଟଣାର ମାଷ୍ଟର ମାଇଣ୍ଡ। ଅବଦୁଲ ରେହମାନର ନାଁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ ହେବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଏଥର ଚୀନ୍ ମଧ୍ୟ ପାକିସ୍ତାନକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଇଛି। ଏହାପୂର୍ବରୁ ଚୀନ୍ ଥରେ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତରୁ ରକ୍ଷା କରିଛି। ସୂଚନାଯୋଗ୍ୟ ଯେ, ଅବଦୁଲ ରେହମାନର ଭାରତର ଜମ୍ମୁକଶ୍ମୀରରେ ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ତାକୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଲାଗି ଦାବି କରାଯାଇଥିଲା।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..