ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୨ ବର୍ଷ ଯୁବତୀଙ୍କର ହୋଇଛି ଲିଙ୍ଗ ପରିବର୍ତ୍ତନ। ଅସ୍ତ୍ରୋପଚାର ଅପରେସନ ପରେ ସେ ଯୁବତୀରୁ ଯୁବକ ପାଲଟି ଯାଇଛନ୍ତି। ସୂଚନା ମୁତାବକ, ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅ ଏଭଳି ବିରଳ ଅସ୍ତ୍ରପ୍ରଚାର କରିଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଏହି ସେକ୍ସ ରିଆସାଏଜନ୍ମେଣ୍ଟ ସର୍ଜରୀ କରାଯାଇଛି। ତେବେ ଗୋପନୀୟତା ଦୃଷ୍ଟିରୁ ସେମାନଙ୍କର ନାଁ ପ୍ରକାଶ କରାଯାଇନାହିଁ । ଅନ୍ୟପକ୍ଷରେ ଲିଙ୍ଗ ପରିବର୍ତ୍ତନ ନେଇ ଆଇପିଏସ୍ ଦଂପତି କିମ୍ବା ତାଙ୍କ ଝିଅ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଏଥିସହିତ ବିଦ୍ଧିବଦ୍ଧ ଭାବେ ଯୁବତୀଙ୍କ ନାଁ ଓ ଲିଙ୍ଗ ବଦଳାଇବା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପାସପୋର୍ଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରାଯାଉଛି । ପୁଅରୁ ଝିଅ ଲିଙ୍ଗ ପରିବର୍ତ୍ତନ ଲାଗି ହେଉଥିବା ଅପରେସନ ଅପେକ୍ଷାକୃତ ସରଳ ହୋଇଥିବାବେଳେ ଝିଅରୁ ପୁଅକୁ ଲିଙ୍ଗ ପରିବର୍ତ୍ତନ ଅପରେସନ ଜଟିଳ ହୋଇଥାଏ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..