Report Card Odisha

| Daily Odia News

ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିର୍ଦ୍ଦେଶ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହରେ ତାପମାତ୍ରା ବୃଦ୍ଧି ପାଇଛି | ଏହା ସହିତ ବିଦ୍ୟୁତ୍ କାଟ୍‌ ଲୋକଙ୍କୁ କଲବଲ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ କରିବାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ସବୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ନକରିବାକୁ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବଢ଼ୁଥିବା ଖରା ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହେଉ ବୋଲି ସେ କହିଛନ୍ତି ।

Breaking News