ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତିନି କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି | କୃଷି ଆଇନ ଉଚ୍ଛେଦ ଚିଠା ଅନୁମୋଦନ ହେବା ନେଇ ବିଶେଷସୂତ୍ରରୁ ଜଣାପଡ଼ିଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବିବାଦୀୟ ୩ଟି କୃଷି ଆଇନ୍ ପ୍ରତ୍ୟାହାର ପ୍ରସ୍ତାବକୁ ମୋହର ବାଜିଛି । ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ରଖିବା ସମୟରେ ଦେଶବାସୀଙ୍କୁ କ୍ଷମାଯାଚନା କରି ୩ କୃଷି ଆଇନ’ ରଦ୍ଦ କରାଯିବ ବୋଲି ଘୋଷଣା କରିଥିଲେ | ମୋଦି ଘୋଷଣା କରିବା ପରେ ଉକ୍ତ ଆଇନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ନେଇ ସୂଚନା ମିଳିଥିଲା । ଆମେ କୃଷକମାନଙ୍କୁ ବୁଝାଇବାରେ ଅସମର୍ଥ ହେଲୁ। ଆଉ ଉଦ୍ୟମରେ କେଉଁଠି ତ୍ରୁଟି ରହିଯିବାରୁ ଆମେ କିଛି କୃଷକମାନଙ୍କୁ ବୁଝାଇ ପାରିଲୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ନଭେମ୍ବର ୨୯ରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନକୁ ଔପଚାରିକ ଭାବେ ଉଚ୍ଛେଦ କରାଯିବ ବୋଲି ଜଣାପଡୁଛି ।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..