ରିପୋର୍ଟ କାର୍ଡ / ଭୁବନେଶ୍ୱର
ୟୁନିଟ-୨ ମାର୍କେଟ ବିଲ୍ଡିଂ ଭିତରେ ଥିବା ସମସ୍ତ ଦୋକାନ ବନ୍ଦ ହୋଇଯିବା ନେଇ ଜଣାପଡିଛି । ଖୁବଶୀଘ୍ର ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବା ପାଇଁ ଚେତାବନୀ ଜାରି କରିଛନ୍ତି ଏଠାକାର ସ୍ଥାୟୀ ମାଲିକ ସଂଘ । ତେବେ ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାହକଙ୍କ ପାଇଁ ଚିନ୍ତା ବଢିଯାଇଛି । ଏଠାରେ ଅନେକ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ସ୍ଥାୟୀ ଦୋକାନ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଏହାକୁ ରୋକିବା ପାଇଁ ସେମାନେ ଦାବି କରିଛନ୍ତି । ତେବେ ଯଦି ଏହି ସମସ୍ୟାକୁ ଆଗାମୀ ୩ ଦିନ ମଧ୍ୟରେ ସମାଧାନ କରା ନଯାଏ, ତେବେ ସ୍ଥାୟୀ ଦୋକାନୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..