ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ ହୋଇଛି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ସେଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଖବର ଅନୁଯାୟୀ, ଅଣ୍ଡର-୧୭ ମହିଳା ଫୁଟବଲ୍ ବିଶ୍ବକପ୍ ର ମ୍ୟାଚ ଭୁବନେଶ୍ବର, କୋଲକାତା ଏବଂ ଅହମ୍ମଦାବଦରେ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାପରେ ୧୪ ଏବଂ ୧୭ରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ବକପ୍ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିପାରିବେ ଦର୍ଶକ । ଚଳିତ ମାସ ଶେଷ ଆଡ଼କୁ ଟିକେଟ ବିକ୍ରି ଆରମ୍ଭ ହେବ । ଏହାପୂର୍ବରୁ ଶନିବାର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।






More Stories
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..
ଓଡ଼ିଶାକୁ ଜାରି ହେଲା ଆଲର୍ଟ…..
ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ…..