ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହୃଦଘାତରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ୬୦ ବର୍ଷୀୟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀଙ୍କର ଆଜି କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରରେ ଅନ୍ତିମ ସଂସ୍କାର ହୋଇଯାଇଛି। ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ, ଯିଏକି ପୂର୍ବରୁ ପାଞ୍ଚ ଥର ବିଧାୟକ ଥିଲେ। ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ଏହି ନେତାଙ୍କର କଡା ସୁରକ୍ଷା ମଧ୍ୟରେ ଆଜି ସକାଳ ପ୍ରାୟ ୧୦.୪୫ରେ ତାଙ୍କ ଜନ୍ମସ୍ଥାନ ଗାଜିପୁରରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କର ଗୁରୁବାର ରାତିରେ ବାନ୍ଦା ଜେଲ୍ରେ ହୃଦ୍ଘାତ ମୃତ୍ୟୁକୁ ନେଇ ବଡ଼ ଧରଣର ବିବାଦ ହୋଇଛି। ମୁଖତାରଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ସାଂପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି। ମୁଖତାରଙ୍କ ପ୍ରଭାବ ରହିଥିବା ମଉ ଏବଂ ଗାଜିପୁରରେ ଧାରା ୧୪୪ ଜାରି ହୋଇଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..