ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜବାଦୀ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ମୁଖ୍ୟ ଅଖିଲେଶ ଯାଦବଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ଏଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ପଦ ଛାଡ଼ିଥିଲେ ମଧ୍ୟ ଦଳରେ ରହିବେ। ବିନା କୌଣସି ପଦବୀରେ ରହି ସେ ଦଳକୁ ମଜବୁତ କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ମୌର୍ଯ୍ୟ କହିଛନ୍ତି। ସେ କହିଛନ୍ତି, “ମୁଁ ବୁଝିପାରୁ ନାହିଁ ଯେ ଜଣେ ଜାତୀୟ ସାଧାରଣ ସମ୍ପାଦକ ଭାବେ ମୋର ଯେକୌଣସି ବିବୃତି ବ୍ୟକ୍ତିଗତ ହୋଇଯାଉଛି। କିନ୍ତୁ ଆହୁରି ଅନେକ ସାଧାରଣ ସମ୍ପାଦକ ଓ ନେତାଙ୍କ ପ୍ରତିଟି ବିବୃତି ଦଳର ପକ୍ଷ ଭାବେ ଗଣତି କରାଯାଉଛି। କେମିତି ସମାନ ପାହ୍ୟାର ନେତାଙ୍କ ବୟାନ ଗୋଟିଏ ପଟେ ବ୍ୟକ୍ତିଗତ ଓ ଗୋଟିଏ ପଟେ ଦଳର ପକ୍ଷ ହେଉଛି, ତାହା ବୁଝିବା ବେଶ କଷ୍ଟକର।” ବିରୋଧୀଙ୍କ ସମାଲୋଚନା ବେଳେ ମୌର୍ଯ୍ୟଙ୍କୁ ତାଙ୍କ ଦଳ ପକ୍ଷରୁ ଉପଯୁକ୍ତ ସମର୍ଥନ ମିଳୁ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଯଦି ଜାତୀୟ ସାଧାରଣ ସମ୍ପାଦକ ପଦକୁ ନେଇ ନେଇ ଏତେ ପାନ୍ତର ରହିଛି, ତା’ହେଲେ ମୋର ବିଶ୍ୱାସ ଯେ ଉକ୍ତ ପଦରେ ରହିବାର କୌଣସି ତାତ୍ପର୍ଯ୍ୟ ନାହିଁ।”






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..