ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ମତଦାନ ଲାଗି ସମସ୍ତ ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହର କରାଯାଇଛି। ଚାନ୍ଦୌଲି ଜିଲ୍ଲାର ଚକିଆ ଏବଂ ସୋନୋଭଦ୍ର ଜିଲ୍ଲାର ରୋବୋଟର୍ସ୍ଗଞ୍ଜ ଓ ଦୁଦ୍ଧି ନିର୍ବାଚନ ମଣ୍ଡଳିରେ ଭୋଟ୍ଗ୍ରହଣ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଅନ୍ୟ ନିର୍ବାଚନ ମଣ୍ଡଳିଗୁଡ଼ିକରେ ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟାରେ ଶେଷ ହେବ । ସପ୍ତମ ପର୍ଯ୍ୟାୟରେ ୯ଟି ଜିଲ୍ଲାର ୧୧ଟି ଅନୁସୂଚିତ ଜାତିପାଇଁ ସଂରକ୍ଷିତ ଆସନ ଏବଂ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୨ଟି ଆସନ ସମେତ ୫୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ୍ ନିଆଯିବ । ୭୫ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୬୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଏହି ୫୪ଟି ବିଧାନସଭା ଆସନ ନିର୍ବାଚନ ସକାଶେ ବହୁମୁଖୀ ପ୍ରତିଯୋଗିତା ହେବ । ଜୁଆନ୍ପୁର ବିଧାନସଭା ଆସନରେ ସର୍ବାଧିକ ୨୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ପିଣ୍ଡ୍ରା ଓ ବାରାଣାସୀ ଜିଲ୍ଲାର ଶିବପୁରୀ ଆସନ ପାଇଁ ସର୍ବନିମ୍ନ ୬ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏକ କୋଟି ୯ ଲକ୍ଷ ପୁରୁଷ ଭୋଟ୍ଦାତାଙ୍କ ସମେତ ୯୭ ଲକ୍ଷ ମହିଳା ଓ ୧ ହଜାର ୨୭ ଜଣ କିନ୍ନର ଭୋଟ୍ଦାତା ୨୩ ହଜାର ୬୧୪ଟି ଭୋଟ୍ଗ୍ରହଣ କେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଉତ୍ତର ପ୍ରଦେଶରେ ସପ୍ତମ ଓ ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସହ ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହେବ। ଆସନ୍ତା ୧୦ ତାରିଖରେ ଭୋଟ ଗଣନା ସହ ଫଳାଫଳ ଘୋଷଣା କରାଯିବ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..