ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ୧୨ ଘଣ୍ଟା ପଚରା ଉଚରାପରେ ତାଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ପରେ ତାଙ୍କୁ ଲଖିମପୁର ଖେରି ଜିଲ୍ଲା ଜେଲରେ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଆଶିଷଙ୍କୁ ପୋଲିସ ରିମାଣ୍ଡରେ ନେବାକୁ ଆବେଦନକରାଯାଇଥିଲା। ଏହି ଆବେଦନ ଉପରେ ଅକ୍ଟୋବର ୧୧ରେ ଶୁଣାଣି କରାଯିବ। ଲଖିମପୁର ଖେରି କାଣ୍ଡରେ ୪ ଚାଷୀଙ୍କ ସମେତ ୮ ଲୋକଙ୍କ ମୃତ୍ୟୁ ଘଟିଛି। ଆଶିଷ ଠିକ୍ ଉତ୍ତର ନ ଦେବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ଉପ ମହାନିରୀକ୍ଷକ ଉପେନ୍ଦ୍ର ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..