ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ହାଥରସ ସତ୍ସଙ୍ଗ ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ଶବଗୃହ ବାହାରେ ଗଦା ହୋଇଥିବା ମୃତଦେହ ଦେଖି ଛାନିଆ ହୋଇଯାଇଥିଲେ ଡ୍ୟୁଟିରେ ନିୟୋଜିତ ଥିବା ଜଣେ କନଷ୍ଟେବଳ। ଘଟଣାସ୍ଥଳରେ ହିଁ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ମୃତ କନଷ୍ଟେବଳ ଜଣକ ହେଲେ ରବି କୁମାର। ଏଟାର କ୍ୟୁଆରଟି ଅଭାଗଡ଼ରେ ସେ ନିୟୋଜିତ ଥିଲେ। ଦଳଚକଟା ପରେ ମୃତେଦହକୁ ମେଡିକାଲ କଲେଜକୁ ଅଣାଯିବା ପରେ ତାଙ୍କୁ ସେଠାରେ ଡ୍ୟୁଟିରେ ରଖାଯାଇଥିଲା। ତେବେ ମେଡିକାଲ କଲେଜ ବାହାରେ ଏତେ ସଂଖ୍ୟକ ଶବକୁ ଦେଖି ଅଚାନକ ତାଙ୍କୁ ହାର୍ଟଆଟାକ୍ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ସମୟ କନଷ୍ଟେବଳଙ୍କର ମୃତ୍ୟୁ ହୋଇଛି।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..