ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ସର୍ଭିସ୍ ରିଭଲ୍ଭର୍’ରୁ ଆକସ୍ମିକଭାବେ ଗୁଳି ଫୁଟି ମୁଣ୍ଡରେ ବାଜିବାରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଜଣେ ପୋଲିସ କର୍ମଚାରୀଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା କଥା ପୋଲିସ କହିଛି। ମୃତ ପୋଲିସ କର୍ମଚାରୀଜଣକ ଥିଲେ ହେଡ୍ କନେଷ୍ଟବଳ ସନ୍ଦୀପ ଯାଦବ। ଶନିବାର ଦିନ ସେ ଡିୟୁଟିରେ ଯୋଗ ଦେବେ ବୋଲି ପୂର୍ବରୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା ବୋଲି ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଆଶୁତୋଷ ମିଶ୍ରା କହିଛନ୍ତି। ସେ କହିଛନ୍ତି, ମସୌଲି ଥାନା ଅଞ୍ଚଳରେ ଥିବା ତାଙ୍କ ଘରେ ଯାଦବ ରିଭଲ୍ଭର୍ ସଫା କରୁଥିବା ବେଳେ ଆକସ୍ମିକ ଭାବେ ସେଥିରୁ ଗୁଳି ଫୁଟିଥିଲା। ଗୁଳିଟି ତାଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା | ବ୍ୟବଚ୍ଛେଦ ନିମନ୍ତେ ଯାଦବଙ୍କ ଶବ ପଠାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..