Report Card Odisha

| Daily Odia News

ଉତ୍ତର ପ୍ରଦେଶରେ ବିଏସପି ଏକୁଟିଆ ଲଢ଼ିବ…..

ରିପୋର୍ଟ କାର୍ଡ / ଲକ୍ଷ୍ନୌ

ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ ପ୍ରସ୍ତୁତ ହେଉଛି । ଉତ୍ତର ପ୍ରଦେଶରରେ ନିଜର ପତିଆରା ଜାହିର କରିବା ପାଇଁ ବିଭିନ୍ନ ଦଳ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି।  ଏକାଧିକ ଦଳଙ୍କ ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି। ବିଏସପି ଏଆଇଏମ୍ଆଇଏମ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସେ କହିଛନ୍ତି ଯେ, ଏ ଖବରରେ କିଛି ସତ୍ୟତା ନାହିଁ। ବିଏସପି ଏକୁଟିଆ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମାୟାବତୀ କହିଛନ୍ତି ଯେ, ବିଏସପି କେବଳ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସେଠାରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ କରିଛି। ଶିରୋମଣି ଅକାଳୀ ଦଳ ୧୧୭ ସିଟ୍ ମଧ୍ୟରୁ ୯୭ ଓ ବିଏସପି ୨୦ଟି ଆସନରେ ନିର୍ବାଚନ ଲଢ଼ିବ। ଏଆଇଏମ୍ଆଇଏମ୍ ପୂର୍ବରୁ ବିଏସପି ସହ ମିଳିତ ଭାବେ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ ବୋଲି ଦାବି କରିଥିଲା। କିଛି ଦିନ ତଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଏସପି ସହ ମେଣ୍ଟ ଚର୍ଚ୍ଚାକୁ ଅସ୍ଵୀକାର କରିଥିଲେ। ସେ କହିଥିଲେ ତାଙ୍କ ଦଳ ଛୋଟଛୋଟ ସମଭାବପନ୍ନ ଦଳ ସହ ଏକଠି ନିର୍ବାଚନ ଲଢ଼ିବ।

Breaking News