Report Card Odisha

| Daily Odia News

ଉପନିର୍ବାଚନ ପାଇଁ ଚେକିଂ କଡାକଡି…..

ରିପୋର୍ଟ କାର୍ଡ / ପିପିଲି

ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ | ଏହାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ଗାଡିମୋଟର ଯାଞ୍ଚକୁ ଅଧିକ କଡାକଡି କରାଯାଇଛି । ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଟୋଲ୍‍ଗେଟ୍‍ ଠାରେ ୨୪ଘଣ୍ଟିଆ ପୋଲିସ ଚେକିଂ ବ୍ୟବସ୍ଥା କରାଯାଇଛି । ସେଠାରେ ଏକ ପ୍ଲାଟୁନ୍‍ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପୋଲିସ ଅଧିକାରୀମାନେ ରାସ୍ତାରେ ଯାଉଥିବା ଗାଡିମୋଟରକୁ ଯାଞ୍ଚ କରାଯାଉଥିବା ନେଇ ସୂଚନା ମିଳିଛି | ପିପିଲିକୁ ପ୍ରବେଶ କରୁଥିବା ଓ ପିପିଲିରୁ ଯାଉଥିବା ସମସ୍ତ ଗାଡିମୋଟର ଉପରେ ପୋଲିସ ନଜର ରଖିବା ସହ ପେଷାଦାର ଅପରାଧିଙ୍କ ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି । ସେହିପରି ଷ୍ଟାଟିଷ୍ଟିକ୍‍ ସର୍ଭିଲାନ୍ସ ଟିମ୍‍-୨ର ଅଧିକାରୀ ଶରତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ପିପିଲି-ନିମାପଡା ରାସ୍ତାର ଜଗନ୍ନାଥପୁର ଠାରେ ଓ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‍-୨ର ଅଧିକାରୀ ସୁବାଷ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଦାଣ୍ଡମୁକୁନ୍ଦପୁର ଠାରେ ରାସ୍ତାରେ ଯାଉଥିବା ବାଇକ୍‍, ସ୍କୁଟର, କାର, ଜିପ ସମେତ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ଗାଡିର ଡିକିକୁ ଟଣାଟଙ୍କାରି ଚେକିଂ କରୁଥିବା ଦେଖିବାକୁ ମିଳିଛି ।

 

 

Breaking News