Report Card Odisha

| Daily Odia News

ପ୍ରତି ସପ୍ତାହାରେ ମିଳିବ ୩ ଦିନ ଛୁଟି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯଦି ଆପଣ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଦେଶରେ ଖୁବଶୀଘ୍ର ୪ ଟି ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯାଉଛି । ଏହାପରେ ଆପଣଙ୍କୁ ପ୍ରତି ସପ୍ତାହରେ ଗୋଟିଏ ନୁହେଁ ବରଂ ୩ ଟି ସାପ୍ତାହିକ ଛୁଟି ମିଳିବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି କି ଏହି ଆଇନ ଲାଗୁ କରିବାକୁ ଦେଶର ୯୦ ପ୍ରତିଶତ ରାଜ୍ୟ ପ୍ରସ୍ତୁତ ହୋଇସାରିଛନ୍ତି । କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏନେଇ ସୂଚନା ଦେଇ କହିଛନ୍ତି କି, ଶ୍ରମ ଆଇନ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି । ନୂଆ ଶ୍ରମ ଆଇନ ଲାଗୁହେବା ପରେ ଦରମା, ଅଫିସ ଟାଇମିଂ ଠାରୁ ଆରମ୍ଭ କରି ପିଏଫ, ଅବସର ପର୍ଯ୍ୟନ୍ତ ସମସ୍ତ ପୁରୁଣା ନିୟମ ବଦଳିଯିବ । ସେପଟେ କେନ୍ଦ୍ର ଶ୍ରମମନ୍ତ୍ରୀ କହିଛନ୍ତି କି ଦେଶରେ କାମ କରୁଥିବା ଶ୍ରମିକମାନଙ୍କ ସାମାଜିକ ନ୍ୟାୟ ଓ ସୁରକ୍ଷା ପ୍ରଦାନ ଦିଗରେ ସରକାର କାମ କରୁଛନ୍ତି । ଏହି କାରଣରୁ ଇ-ଶ୍ରମ ପୋର୍ଟାଲ ବା ଅସଂଗଠିତ କ୍ଷେତ୍ରରେ କାମ କରୁଥବା ସମସ୍ତ ଶ୍ରମିକଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ସରକାରଙ୍କ ଆକଳନ ମୁତାବକ ଏବେ ଦେଶରେ ୩୮ କୋଟି ଲୋକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି । ଅନ୍ୟପଟେ ନୂଆ ଶ୍ରମକୋର୍ଡ ଲାଗୁହେଲେ ଶ୍ରମିକମାନଙ୍କୁ ଦୈନିକ ୧୨ ଘଂଟା କାମ କରିବାକୁ ପଡିବ । ଏହି କ୍ରମରେ ଶ୍ରମିକମାନଙ୍କୁ ସପ୍ତାହରେ ୪ ଦିନ କାମ ଓ ୩ ଦିନ ଛୁଟି ମିଳିବ । ଏହାସହ କର୍ମଚାରୀଙ୍କ କାର୍ଯ୍ୟ କରୁଥିବା ସମୟରେ ପ୍ରତି ୫ ଘଂଟାରେ ୩୦ ମିନିଟ ଅବସର ଦେବା ପାଇଁ ପ୍ରସ୍ତାବ ରହିଛି । ନୂଆ ଶ୍ରମ ଆଇନ ମୁତାବକ ଯଦି କୌଣସି କମ୍ପାନୀ ତାର କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ୩୦ ମିନିଟ କାମ କରାନ୍ତି ତେବେ ତାହା ଓଭର ଡ୍ୟୁଟିରେ ଗଣନା କରାଯିବ ।

Breaking News