ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଧାନସଭାରେ ବୁଧବାର ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟକୁ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ବିରୋଧୀ ଦଳ କଂଗ୍ରେସ ଏବଂ ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ। ମିସନ ଶକ୍ତିକୁ ବନ୍ଦ କରିବା ପାଇଁ ଶାସକ ଦଳ ବିଜେପି ଯୋଜନା କରୁଥିବା ବିଜେଡ଼ି ସଦସ୍ୟମାନେ ଅଭିଯୋଗ କରିବା ସହିତ ଗୃହ ମୁଲତବି ପରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ମୃର୍ତ୍ତି ତଳେ ଧାରଣା ଦେଇଛନ୍ତି। ମିସନ ଶକ୍ତି ମହିଳାଙ୍କ ଦାବି ପୂରଣ କରିବା ପାଇଁ ବିଜେପି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ବିଜେଡ଼ି ପକ୍ଷରୁ କୁହାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଆସନ ନିକଟରେ ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାଜ୍ୟର ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସ୍ଲୋଗାନ ଦେଇଥିଲେ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..