Report Card Odisha

| Daily Odia News

ଇସ୍ତଫା ଦେଲେ ସୁରେଶ ମହାପାତ୍ର, ଆର୍‌ ବାଲକ୍ରିଷ୍ଣନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନରେ ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ଅନେକ ବରିଷ୍ଠ ଅଫିସର ଇସ୍ତଫା ଦେବା ଆରମ୍ଭ କରିଛନ୍ତି। କେତେକଙ୍କ କାର୍ଯ୍ୟକାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସହ ସମାନ ଥିବାରୁ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ ଗତ ନଭେମ୍ବର ମାସରେ ନିଯୁକ୍ତି ପାଇଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ସାଧାରଣ ପ୍ରଶାସନ ବିଭାଗ ଗ୍ରହଣ କରିନେଇଛି। ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଆର୍‌.ବାଲକ୍ରିଷ୍ଣନ୍ ମଧ୍ୟ ଇସ୍ତଫା ଦେଇଛନ୍ତି। ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ହେବା ପରେ ଆର ବାଲକ୍ରିଷ୍ଣନଙ୍କୁ ସ୍ୱତନ୍ତ୍ର ଉପକ୍ରମ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ବାଲକ୍ରିଷ୍ଣନଙ୍କୁ ମୁଖ୍ୟ ସଚିବ ପାହ୍ୟାରେ ନିଯୁକ୍ତି ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏଭଳି କିଛି ଉଚ୍ଚ ପାହ୍ୟାରେ ନିଯୁକ୍ତ ହେଉଥିବା ବ୍ୟକ୍ତିଙ୍କୁ ସାଧାରଣତଃ ସରକାରଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ମିଳିଥାଏ। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଦେଖିଲେ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏବେ ପ୍ରାୟ ୨୦ ଜଣ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ସ୍ତରରେ କାମ କରୁଛନ୍ତି।

Breaking News