ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଳିତ ଜାତିସଂଘର ୭୮ତମ ସାଧାରଣ ଅଧିବେଶନରେ ତୁର୍କିଏ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଡୋଗାନ୍ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସାଧାରଣ ବିତର୍କରେ ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରି ଏର୍ଡୋଗାନ୍ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ଓ ସହଯୋଗ ମାଧ୍ୟମରେ କଶ୍ମୀରରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଦ୍ୱାରା ଦକ୍ଷିଣ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ମାର୍ଗ ପ୍ରଶସ୍ତ ହୋଇପାରିବ। ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କିଛି ସପ୍ତାହ ପରେ ତୁର୍କୀ ଏହି ଦିଗରେ ନିଆଯାଇଥିବା ପଦକ୍ଷେପକୁ ସମର୍ଥନ ଜାରି ରଖିବ ବୋଲି ସେ କହିଛନ୍ତି। ଏହି ସମୟରେ ଦୁଇ ନେତା ବାଣିଜ୍ୟ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ । ଜାତିସଂଘ ନିରାପତ୍ତା ପରିଷଦରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଗର୍ବର ବିଷୟ ବୋଲି ଏର୍ଡୋଗାନ୍ କହିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦର ୫ଜଣ ସ୍ଥାୟୀ ଓ ୧୫ଜଣ ଅସ୍ଥାୟୀ ସଦସ୍ୟଙ୍କୁ ସ୍ଥାୟୀ ସଦସ୍ୟ କରିବା ସପକ୍ଷରେ ଅଛନ୍ତି। ଏରଡୋଗାନ ଗତ କିଛି ବର୍ଷ ମଧ୍ୟରେ ଅନେକ ଥର କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ୭୫ ବର୍ଷ ପୂର୍ବେ ସାର୍ବଭୌମତ୍ୱ ଓ ସ୍ୱାଧୀନତା ହାସଲ କରିବା ପରେ ମଧ୍ୟ ଭାରତ ଓ ପାକିସ୍ତାନ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ଆଶା ଓ ପ୍ରାର୍ଥନା କରୁଛୁ ଯେ କଶ୍ମୀରରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା ହେଉ ବୋଲି ସେ କହିଛନ୍ତି ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..