Report Card Odisha

| Daily Odia News

ଆମେରିକାରେ ଗୁଳି ମାଡ଼, ୩ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ ଲଗାତର ଭାବେ ଗୁଳିକାଣ୍ଡ ଘଟୁଛି | ଗୁରୁବାର ରାତିରେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଗୁଳିମାଡ ହୋଇଛି। ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ,ଜଣେ ଗୁରୁତର ହୋଇଛନ୍ତି । ଓ୍ୱାଶିଂଟନ କାଉଣ୍ଟିଂ ଶେରିଫର ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀର ପରିଚୟ ମିଳିନାହିଁ । ତାଙ୍କୁ ଗିରଫ କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ପୋଲିସକର୍ମୀ ମଧ୍ୟ ରହିଛନ୍ତି । ବନ୍ଧୁକଧାରୀ ସହ ଗୁଳି ବିନିମୟରେ ସେ ଆହତ ହୋଇଥିଲେ । ବନ୍ଧୁକଧାରୀକୁ ମଧ୍ୟ ଗୁଳିଲାଗିଛି । ଆହୁରି ମଧ୍ୟ ଜଣାପଡିଛି ଯେ, କୌଣସି ସମୁଦାୟକୁ ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ୍ କରାଯାଇ ନାହିଁ । ତେବେ ଆତତାୟୀ କେଉଁ କାରଣ ପାଇଁ ଗୁଳିମାଡ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଉଲ୍ଲେଖ ଯୋଗ୍ୟ- ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବଢିବାରେ ଲାଗିଛି । ଗତ ସପ୍ତାହରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡର ଖବର ଆସିଥିଲା ।

Breaking News