Report Card Odisha

| Daily Odia News

ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ପାଇଁ ପୁଟିନ୍‌ ଦାୟୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭ୍ଲାଦିମିର୍ ପୁଟିନଙ୍କ ବିରୋଧୀ ଆଲେକ୍ସ ନାଭାଲ୍‌ନିଙ୍କ ମୃତ୍ୟୁ ହୋଇଛି । ସନ୍ଦେହଜନକ ପରିସ୍ଥିତିରେ ଜେଲ୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ସମ୍ପର୍କରେ ଜଣାପଡିନାହିଁ। ଜେଲରେ ହଠାତ୍ ଅଚେତ୍ ହୋଇପଡିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରସିଆ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ପୁତିନଙ୍କୁ ସେ ତୀବ୍ର ବିରୋଧ କରିଆସୁଥିଲେ। ୨୦୨୧ ମସିହାରେ ଆଲେକ୍ସିଂ ଙ୍କୁ ୧୯ ବର୍ଷର ଜେଲ ଦଣ୍ଡାଦେଶ ହୋଇଥିଲା। ଏହାକୁ ବିଭିନ୍ନ ଦେଶର ମାନବାଧିକାରକର୍ମୀ ମାନେ କଡା ବିରୋଧ କରିଥିଲେ। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଲେକ୍ସିଂଙ୍କ ମୃତ୍ୟୁ ପାଇଁ ପୁଟିନ୍ ଦାୟୀ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ପୁଟିନ୍ ସରକାରଙ୍କ ଦୁର୍ନୀତି , ହିଂସା ବିରୋଧରେ ମୁହଁ ଖୋଲିଥିବାରୁ ତାଙ୍କୁ ପୂର୍ବରୁ ବିଷ ଦିଆଯିବା ସହ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା ବୋଲି ବାଇଡେନ୍ କହିଛନ୍ତି।

Breaking News